Amen – ଆମେନ Odia Worship Series
ଆମେନ…. ଆମେନ…
ଆମେନ…. ଆମେନ…
ସର୍ବୋଚ୍ଚ ପ୍ରଭୁ ତୁମେ
ଧର୍ମମୟ ଯେ ତୁମେ
ପୂଜା ପାଅ ନିରନ୍ତର l
ସୈନ୍ୟାଧି ପତି ପ୍ରଭୁ
ସ୍ବର୍ଗୀୟ ସିଂହାସନେ
ତୁମେ ହିଁ ରାଜ୍ୟ କର l
ଆମେନ…. ଆମେନ
ଆମେନ…. ଆମେନ l
ସତ୍ୟର ଅଗ୍ନି ଦେଇ
ଓଠେ ଆମ ପ୍ରଭୁ
ତୁମେ ପ୍ରାଣ ଶୁଚୀ କର l
ନିଖୁନ୍ତ ମେଷଙ୍କର
ରକ୍ତେ ଧୋଇ କର
ଜୀବନକୁ ପରିଷ୍କାର l
ଆମେନ…. ଆମେନ
ଆମେନ…. ଆମେନ l =0=
ପର୍ବତ ଉପତ୍ୟକା
ତୁମରି ବିଶ୍ୱସ୍ତତା
କରିଥାଏ ପ୍ରବାହିତ,
ତୁମ ଅନୁଗ୍ରହ
ପଥ ପ୍ରଦର୍ଶକ;
କରୁ ପ୍ରାଣ ସୁଶୋଭିତ l
ସବୁ ସ୍ତୁତି ଗଉରବ
ହେଉ ତୁମ, ହେ ଈଶ୍ୱର l
ଆମେନ…. ଆମେନ
ଆମେନ…. ଆମେନ l =1=
ସୃଷ୍ଟି ଯେ ନିତ୍ୟ ଭରେ
ତୁମରି ପ୍ରଶଂସା ରେ l
ବାକ୍ୟ ତୁମ ଚିରନ୍ତନ l
ଅନନ୍ତ ପ୍ରେମ ତୁମ,
ତୁମେହିଁ ମହା ଧର୍ମ
ଏକମାତ୍ର ପରିତ୍ରାଣ l
ତୁମେ ହୁଅ ମହା ସ୍ରୋତ
ଆମରି ଆନନ୍ଦର l
ଆମେନ…. ଆମେନ
ଆମେନ…. ଆମେନ l =2=


