Amulya Prema song lyrics – ଅମୂଲ୍ୟ ପ୍ରେମ
ପ୍ରେମ କଲ ଯେବେ ତୁମେ ମୋତେ
ପାଇଗଲି ଶାନ୍ତି ଏହି ମରତେ
ତୁମ ପ୍ରେମେ ବାନ୍ଧି ଦେଲ
ତୁମ ପ୍ରେମେ ମୁକ୍ତି କଲ
ଅମୂଲ୍ଯ ପ୍ରେମ ତୁମରି ମୋତେ ଦେଲ
ଭୁଲିବିନି ତୁମ ପ୍ରେମ କେବେ ମୁଁ ଏ ଜଗତେ
ମରିଯିବି ପଛେ ତୁମପାଇଁ ଯୀଶୁ ମୁଁ ସତେ(୨)
୧
ଆତ୍ମୀୟ ଯେତେ ମୋର କରିଦେଲେ ସବୁ ପର
ତଥାପି ଛାଡିଲ ନାହିଁ ମୋତେ ଏହି ଜଗତରେ କଲ ଆପଣାର
ନିରାଶ ଅଶାନ୍ତ ମନେ ବୁଲୁଥିଲା ପ୍ରାଣ ମୋର
ନିସହାୟ ଏ ଜୀବନେ ଆଶା ଭରି ଦେଲ ତୁମେ କରିଲ ନିଜର
ତୁମ ପ୍ରେମେ ବାନ୍ଧି ଦେଲ
ତୁମ ପ୍ରେମେ ରକ୍ଷା କଲ
ଅପାର ପ୍ରେମ ତୁମରି ମୋତେ ଦେଲ
କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)
୨
କେତେ ଯେ ଦୁଃଖ କ୍ଲେଶ ପରୀକ୍ଷା ଶୟତାନର
ଆସିଥିଲା ମୋ ଜୀବନେ ହାରିଲିନି କେବେ ମୁଁ ଯେ
ସାହା ହେଲ ମୋର
ସ୍ବୀକାର କରୁଅଛି କେହି ନୁହେଁ ମୋ ନିଜର
ଯୀଶୁ ତୁମେ ସାଥି ମୋର ଦ୍ରୁଢଦୂର୍ଗ ମୋ ପ୍ରାଣର
ପ୍ରେମିକ ଇଶ୍ବର
ତୁମ ପ୍ରେମେ ବାନ୍ଧି ଦେଲ
ତୁମ ପ୍ରେମେ ରକ୍ଷା କଲ
ଅଭୂଲା ପ୍ରେମ ତୁମରି ମୋତେ ଦେଲ
କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)

