KABARA RAHICHI – କବର ରହିଛି
କବର
କବର ରହିଚି (୨)
କବର ରହିଚି ପ୍ରସ୍ତୁତ ହୋଇ(୨)
ତୋ ପାଇଁ ବନ୍ଧୁ ତୋ ପାଇଁ
ଏଇ ଦୁନିଆରୁ ଦିନେ (ତୁ ଯିବୁ ଭାଇ)(୨)
କବର ରହିଚି ପ୍ରସ୍ତୁତ ହୋଇ
ପାଇଚୁ କି ବନ୍ଧୁ ଯୀଶୁଙ୍କୁ ତୁହି(୨)
୧
କ୍ଷୟ ହେବ ଯେବେ ପ୍ରାଣଟି ତୋହର
କବରକୁ ନିଶ୍ଚେ ଯିବ ତୋ ମର ଶରୀର
କବରକୁ ଯିବା ପୂର୍ବରୁ ହେ ବନ୍ଧୁ
ପ୍ରଭୁଙ୍କ ଠାରେ ସମୟ ତୁ କ୍ଷେପଣ କର
ଆଜି ହିଁ ସୁଯୋଗ ତୋର ଫେରିଆରେ ବନ୍ଧୁ ମୋର
ରହିବୁ ଯଦି ପାପରେ ମ୍ରୁତ୍ୟୁ ନିଶ୍ଚେ ହେବ ଦିନେ
ଜଗତେ ତୋର
କବର ରହିଚି ପ୍ରସ୍ତୁତ ହୋଇ
ପାଇଚୁ କି ବନ୍ଧୁ ଯୀଶୁଙ୍କୁ ତୁହି(୨)
୨
ଫୁଟିଅଛୁ ଯେବେ ପୁଷ୍ପ ତୂଲ୍ୟ ହୋଇ
କଟାଯିବୁ ଦିନେ ବନ୍ଧୁ ଏ ଜଗତେ ତୁହି
ଜନମ ହୋଇଚୁ କିଛି ଦିନ ପାଇଁ
ଜାଣିନୁ କି ତୋ ଜୀବନ ଅଟେ କ୍ଷଣସ୍ଥାୟୀ
ଗର୍ବ ଅଭିମାନ କଲେ କି ଲାଭ ହେବ ତୋର
ପଥିକ ସାଜିବୁ ଦିନେ ସେହି କବର ବାଟର
ଶୁଣ ବନ୍ଧୁ ମୋର
କବର ରହିଚି ପ୍ରସ୍ତୁତ ହୋଇ
ପାଇଚୁ କି ବନ୍ଧୁ ଯୀଶୁଙ୍କୁ ତୁହି(୨)


