Shop Now: Bible, songs & etc
Hua Sabadhano – ହୁଅ ସାବଧାନ
ଜୀବନେ ଯୌବନେ ହୁଅ ସାବଧାନ
ଆସିବ ଜାଣ ପ୍ରଭୁଙ୍କର ଦିନ
ଯୌବନ କାଳ ଅଟେ ବାହୁବଳ
ତୁଚ୍ଛ ନ କର ଏ ସମୟ ବେଳ
ପ୍ରଭୁଙ୍କ ନାମେ ଚାଲିବା ଆମେ
ଯୀଶୁଙ୍କ ନାମେ ବଞ୍ଚିବା ଆମେ !! ୦ !!
ଆଗମନେ ଦେଖ ହେବ ଅନ୍ଧକାର
ଆକାଶେ ଆଲୋକ ଦେବନି ଚନ୍ଦ୍ର
ଗ୍ରହ ଓ ନକ୍ଷତ୍ର ଆକାଶୁ ଖସିବେ
ତୁରୀ ଧନ୍ୱି ସହ ଦୂତ ଆସିବେ
ସମସ୍ତ ଶୋକତି ହେବ ବିଚଳିତ
ମାନବ ସକଳ କରିବେ ବିଳାପ
ପ୍ରଭୁଙ୍କ ନାମେ ଚାଲିବା ଆମେ
ଯୀଶୁଙ୍କ ନାମେ ବଞ୍ଚିବା ଆମେ !! ୧ !!
ବରବେଶେ ଦେଖ ଆସିବେ ରାଜା
ଭେଟିଯିବା ହୋଇ ଆମେ ତାହାଙ୍କ ପ୍ରଜା
ମୋନନୀତ ଗଷ୍ଟି ଏକାଠି କରି
ନେଇଯିବେ ଯୀଶୁ ସତେ ସରଗ ପୁରୀ
ମେଘ ମାଳାରେ ଦୂତଙ୍କ ସାଥିରେ
ଆସିବେ ଯୀଶୁ ମହାମହିମାରେ
ପ୍ରଭୁଙ୍କ ନାମେ ଚାଲିବା ଆମେ
ଯୀଶୁଙ୍କ ନାମେ ବଞ୍ଚିବା ଆମେ !! ୨ !!
Disclaimer : " The Lyrics are the property and Copyright of the Original Owners, Lyrics here are For Personal and Educational Purpose only! Thanks."