ANTARA MO KANDUCHHI – ଅନ୍ତର ମୋ କାନ୍ଦୁଛି

Faith Score0
Faith Score0

ANTARA MO KANDUCHHI – ଅନ୍ତର ମୋ କାନ୍ଦୁଛି

ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର (୨ଥର
ଅପରାଧୀ ମୁଁ ଅବିବେକି (୨ଥର
ଫେରି ମୁଁ ଆସିଛି
ଅନୁତାପ କରି….(୨ଥର
କରିଛି ସତ ଅନେକ ଦୋଷ
କ୍ଷମା କର ଜଗଦୀଶ (୨ଥର
ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର
(୧)
ମନ ଆତ୍ମା ଭାବନା ମୋ ପାପରେ ହଜିଛି
ଅନ୍ଧକାରେ ଏ ଜଗତ ପାପରେ ଲୁଚିଛି (୨ଥର
ସାହା ହୁଅ ହେଁ ସହାୟ (୨ଥର
ଦୟାରେ ମୋତେ କ୍ଷମା କର
ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର
(୨)
ଭ୍ରାତା ଭଗ୍ନୀ ତୁମ ବିରୁଦ୍ଧେ କରିଛି ପାପ ମୁଁ
ଯୀଶୁ ନାମେ ପିତା ପାଶେ ମିନତି କରେ ମୁଁ
କ୍ଷମା କର ପାପ ମୋର
କ୍ଷମାରେ ଆହେ ଦୟା ସାଗର
ଅନ୍ତର ମୋ କାନ୍ଦୁଛି
ପାପେ ପଡ଼ି ବାରମ୍ବାର
ପାପେ ପଡ଼ି ବାରମ୍ବାର
(ସମାପ୍ତ)

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo