Dhire Dhire Odia Christian Song lyrics – ଧିରେ ଧିରେ

Faith Score0
Faith Score0

Dhire Dhire Odia Christian Song lyrics – ଧିରେ ଧିରେ

ଏହି ଜଗତରେ…
ଧିରେଧିରେ ଧିରେଧିରେ ପାଦ ମୋର ଖସିଯାଏ ଅବାଟରେ
ଧିରେଧିରେ ଧିରେଧିରେ ମନ ମୋର ଚାଲିଯାଏ ଅନ୍ଧକାରେ(୨ ଥର)

ପାପ ଦରିଆରେ ବାଟବଣା ମୁଁ ଯେ (୨ ଥର)
ଶୟତାନ ମାୟା ଜାଲେ….
ଏହି ଜଗତରେ…

ଭୁଲି ମୁଁ ତୁମ ପ୍ରେମ କାଟେ ମନ୍ଦ ଜୀବନ
ପଥହରା ମୁଁ ପଥିକ ଟିଏ ହୋଇଛି ଲକ୍ଷ ହୀନ
ଶୁଖିଲା ପତ୍ର ସମ ହୋଇଛି ମୁଁ ମଳିନ
ଦୁରେଇ ପ୍ରଭୁ ତୁମ ପଥରୁ ହେଲା ମୋହର ପତନ

ଡାକୁଛି ମୁଁ ଦୀନହୀନ ଶୁଣ ମୋର କ୍ରନ୍ଦନ
କରୁଛି ମୁଁ ନିବେଦନ ସଜାଡ଼ ମୋ ଜୀବନ
ଏହି ଜଗତରେ…..

ଅନୁତାପ ଅନ୍ତରେ ନୀରବେ ଲୁହ ଢାଳି
ପାପ କଳୁଷ ଯେତେ ମୋହର ସ୍ୱୀକାର ମୁଁ କରୁଅଛି
ହ୍ରୁଦୟ ଶୂନ୍ୟ କରି ଆସିଅଛି ମୁଁ ଫେରି
କୋଳେଇ ନେଇ ବାହୁରେ ତୁମ ଚଳାଅ ମୋ ହାତ ଧରି।

କ୍ଷମାମୟ ଯୀଶୁ ମୋର ହେ ପ୍ରଭୁ କ୍ଷମା କର
ପବିତ୍ର ରକତେ ତୁମେ ଧୋଇ ପାପ ମୋହର
ଏହି ଜଗତରେ

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo