ଗାଇବି ମୁଁ ତୁମ ପ୍ରେମ – Gaibi mu tuma perma

Faith Score+2
Faith Score+2

ଗାଇବି ମୁଁ ତୁମ ପ୍ରେମ – Gaibi mu tuma perma

ପ୍ରଭୁ ଯୀଶୁ ମୋ କେଡ଼େ ଉତ୍ତମ
କୃଶ ଦେଇ ପ୍ରେମ ପ୍ରକାଶିଲେ
ତାଙ୍କରି ପ୍ରେମେ ଭରସା କଲେ
ଜୀବନେ ଶାନ୍ତି ମିଳେ

ଗାଇବି ମୁଁ ତୁମ ପ୍ରେମ, କରୁଥିବି ଗୁଣଗାନ
ଏ ଜୀବନ ଥିବାବେଳେ
ଏହି ଗୁହାରୀ ରଖୁଛି ପ୍ରଭୁ, ତୁମରି ପାଦ ତଳେ

ତୁମ ହୃଦୟେ ମୋର ହୃଦୟ
ବାନ୍ଧିଦିଅ ପ୍ରଭୁ ସେ ପ୍ରେମରେ
ବଦଳି ଯିବ ମୋର ଜୀବନ
ଗାଉଥିବି ଗୀତ ପ୍ରେମଭରେ
ମୋ ପାପ ପାଇଁ ଢାଳିଲ ଲହୁ
ଆବୋରି କୃଶ କୋଳେ
ଏହି ପ୍ରାର୍ଥନା ରଖୁଛି ପ୍ରଭୁ, ତୁମରି ପାଦ ତଳେ

ତୁମ ସେବାରେ, ମୋର ଜୀବନ
ସମର୍ପିଲି ପ୍ରଭୁ ତୁମ ନାମେ
ଦିଅ ସେ ଶକ୍ତି, ଆତ୍ମାର ବଳ
କରୁଥିବି ସେବା ପ୍ରାଣପଣେ
ଏହି ମୋ ଭକ୍ତି, ଏହି ମୋ ଲକ୍ଷ୍ୟ
ସର୍ବଦା ଜୀବନରେ
ଏହି ବିନତି ରଖୁଛି ପ୍ରଭୁ, ତୁମରି ଚରଣରେ
ଯୀଶୁ ପ୍ରଭୁ ମୋ କେଡ଼େ ଉତ୍ତମ

ଗାଇବି ମୁଁ ତୁମ ପ୍ରେମ, କରୁଥିବି ଗୁଣଗାନ
ଏ ଜୀବନ ଥିବାବେଳେ
ଏହି ଗୁହାରୀ ରଖୁଛି ପ୍ରଭୁ, ତୁମରି ପାଦ ତଳେ

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo