Eli Eli Lama Sabachthani – ଏଲି ଏଲି ଲାମା ଶବକଥାନୀ
ଏଲି ଏଲି ଲାମା ଶବକଥାନୀ
ଏଲି ଏଲି ଲାମା ଶବକଥାନୀ
ଶବକଥାନୀ…ଶବକଥାନୀ
ଅ~ନ୍ତର ଥରାଏ କ୍ରୁଶ ରେ
କ୍ରନ୍ଦନ ତୁମରି
ପାପର କାଳିମା ଗଭୀର ଆମ
ତା ଠାରୁ ଅଧିକ ତୁମ ପ୍ରେମ
କ୍ରୁଶେ ଶୁଭେ ତୁମ ଆବାହନୀ
ଏଲି ଏଲି ଲାମା ଶବକଥାନୀ
ଶବକଥାନୀ…ଶବକଥାନୀ l=0=
ମଣିଷ କିଏ ଵା ପାପ କୁ ତା’
ପ୍ରେମରେ ଦେଖିଲ ତୁମେ,
ଅଶାନ୍ତ ଜୀବନ ଝଡ଼ କୁ
ଶା-ନ୍ତ କରିଲ ତୁମେ l
[:ମଉଳେ ଯେ ଫୁଲ ପରି;
ଢେଉ ମୁଁ ଅଶାନ୍ତେ ଝୁମେ
ତୁଷ ସମ କ୍ଷୀଣ ଜୀବନ ମୋର
ମୋ ପାଇଁ ତୃଷିତ ତୁମେ
(ପ୍ରଭୁ)ମୋ ପାଇଁ ତୃଷିତ ତୁମେ l:]
କ୍ରୁଶେ ଡାକ; ପାପ ମୋର କ୍ଷମି
ଏଲି ଏଲି ଲାମା
ଶବକଥାନୀ…=1=
ତେଜିଲ ସ୍ବର୍ଗୀୟ ସିଂହାସନ
ମୋ ହୃଦେ ତୋଳିବା ପାଇଁ
ମରଣ ବରିଲ ନୀରବରେ
ଥିଲା ଯା ମୋ ପାପ ପାଇଁ l
ମୁକୁଳା ସେଇ କବରରେ
ରହିନ ତୁମେ ମୃତ୍ୟୁଞ୍ଜୟୀ
ଅନନ୍ତ ମରଣ ନାହିଁ ଆଉ
ତୁମ ବଳିଦାନ ପାଇଁ
(ପ୍ରଭୁ) ତୁମ ବଳିଦାନ ପାଇଁ l
ଦୁଃଖରେ ବି ଢାଳ କ୍ଷମା ବାଣୀ l
ଏଲି ଏଲି ଲାମା
ଶବକଥାନୀ…=2=

