ମୋର ଅନୁଗ୍ରହ ମୋ ସାନ୍ତ୍ୱନା – Shasank Sekhar
The song is based on 2 Cor 12: 9 – 10 (My grace is sufficient for you)
(ହେ) ଯୀଶୁ ତୁମେ ମୋ
ମାର୍ଗ ଦର୍ଶକ,
ମୋ ଅନ୍ଧ ନୟନରେ
ତୁମ ଜ୍ୟୋତି ଆଶା ଭରେ l
(ହେ) ପ୍ରଭୁ ତୁମେ ମୋ
ପ୍ରାଣ ରକ୍ଷକ
ଦୃଢଦୁର୍ଗ ଆଶ୍ରିତ ମୁଁ ଯେ ତୁମଠାରେ l
….ଦର୍ପ ମୋ (ପ୍ରଭୁ)ତୁମ ଠlରେ
(ତୁମେ)ଗର୍ବ ମୋ ଅପମାନରେ
ମୁକ୍ତି ମୋ ବନ୍ଧନ ରେ
ଶୈଳ ମୋ ଝଞ୍ଜା ରେ l
ଯୀଶୁ ତୁମେ ମୋର
ସାନ୍ତ୍ୱନା ଅନୁଗ୍ରହ
କ୍ଷୀଣ ମୁଁ ହେଲେ ମୋତେ
ତୁମେ ଶକ୍ତି ଦିଅ l
ବନ୍ଦୀ ମୁଁ ଦୁଃଖ ବହି ମୋର ଜୀବନରେ,
ତାଡନା ରେ ଢାଳେ ଲୁହ ଏ ଜଗତରେ l
ତଥାପି ବି ଦର୍ପ ମୋର
ତୁମ ନାମରେ l
ଯୀଶୁ ତୁମେ ସାଥେ ଥିଲେ
ନାହିଁ ପରାଜୟ,
ନାହିଁ ମରଣର ଡର
ନାହିଁ ଦୁଃଖ, ଭୟ l
ସମର୍ପିଛି ପ୍ରାଣ ମୋ
ତୁମ ଚରଣରେ,
ତୁମ ବଳେ ବଳୀୟାନ
ମୁଁ ଜଗତରେ l
ପରିଷ୍କୃତ ଆଜି ମୁଁ ତୁମ
କୃଶ ରକ୍ତରେ l

