ମନ ନାଚେରେ – Mana Nachere odia Christian song lyrics
ମନ ନାଚେରେ, ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ମନ ନାଚେରେ, ମନ ନାଚେରେ
ପ୍ରଭୁ ନାମେ ଏ ମନ ନାଚେରେ
ସେହି ନାମେ ପରିତ୍ରାଣ,
ସେହି ନାମେ ଅନନ୍ତ ଜୀବନ
ମନ ନାଚେରେ…..
- ଯିହୁଦା ପ୍ରଦେଶେ ଆସିଲା ସେ ନାମ
ମେରୀଙ୍କ କୋଳରେ ହେଲେ ସେ ଜନମ
ସାରା ଜଗତରେ ଖେଳିଲା ଚମକ
ସେ ହେଲେ ସତ୍ୟର ପଥ ପ୍ରଦର୍ଶକ ତାଙ୍କ ପଥେ ଯେ କରେ ନିତ୍ୟ ଅନୁଶରଣ
ପାଇବ ସର୍ବଦା ତାଙ୍କ ପରିତ୍ରାଣମନ ନାଚେରେ... - ଅଟଇ ମହାନ ସେହି ଯୀଶୁ ନାମ
ସରଗରୁ ପାତାଳ କରନ୍ତି ପ୍ରଣାମ
ଚରାଚର ଯେତେ କୀଟ ପତଙ୍ଗ
ଜୀବିତ ସେ ନାମେ କେଡ଼େ ଆନଂଦ ବୀଣା ଝଙ୍କାରେ ବାଦ୍ୟ ନୃତ୍ୟରେ
ଗାନ୍ତି ସର୍ବଦା ତାଙ୍କ ଜୟଗାନମନ ନାଚେରେ

