ସରଗ କୁ ନେବେ – Saraga Ku Nebe
ବିଚାର କରିବେ …..ସରଗକୁ ନେବେ…
କରିବାକୁ ତାଙ୍କ ପ୍ରଜା……….ଆସୁଛନ୍ତି ଦେଖ ସିୟୋନର ରାଜା
ମେଘରଥେ ଗୈାରବେ
ଆସୁଛନ୍ତି ଯୀଶୁ ରାଜା
ତୂରୀ ଶବ୍ଦେ ଦୂତ ସାଥେ
ଆସୁଛନ୍ତି ଯୀଶୁ ରାଜା(୨)
ବର ବେଶେ ଦେଖ ଆସୁଛନ୍ତି ରାଜା(୨)
ବିଚାର କରିବେ
ସରଗକୁ ନେବେ(୨)
କରିବାକୁ ତାଙ୍କ ପ୍ରଜା
ଆସୁଛନ୍ତି ଦେଖ ସିୟୋନର ରାଜା(୨)(ଘୋଷା)
(୧)
ବିଳମ୍ବ ନ କରି ଫେରି ଆସ ଜଗତ ଜନ
ଅମ୍ଳାନ ମୁକୁଟ ଦେବେ ସଦାପ୍ରଭୁ ଯେ ଆମ(୨)
କରିନାହଁ ଯଦି ଆପଣା ବସ୍ତ୍ରକୁ ମଳିନ
ଶୁକ୍ଲବସ୍ତ୍ର ନିଶ୍ଚେ କରିବ ଯେ ତୁମେ ପରିଧାନ
ବିଚାର କରିବେ
ସରଗକୁ ନେବେ(୨)
କରିବାକୁ ତାଙ୍କ ପ୍ରଜା
କନ୍ଯା ରୁପେ ତୁମେ ହୁଅ ସାଜ ସଜ୍ଜା
ଆସୁଛନ୍ତି ଦେଖ ସିୟୋନର ରାଜା
୨
ନୂତନ ପ୍ରୁଥିବୀ ନୂତନ ଆକାଶ ମଣ୍ଡଳ
ଧାର୍ମିକମାନଙ୍କ ପାଇଁ ହେବ ଆବାସସ୍ଥଳ(୨)
ନ ରହିବ ଦୁଃଖ କ୍ଲେଶ ଆଉ ତୃଷିତ ପ୍ରାଣ
ପ୍ରଶଂସା ଗୈାରବେ ନିରତେ ବିତିବ ଯେ ଦିନ
ବିଚାର କରିବେ
ସରଗକୁ ନେବେ(୨)
କରିବାକୁ ତାଙ୍କ ପ୍ରଜା
କନ୍ଯା ରୂପେ ତୁମେ ହୁଅ ସାଜସଜ୍ଜା
ବର ବେଶେ ଦେଖ ଆସୁଛନ୍ତି ରାଜା(୨)


