Dhanyabada Ghena – ଧନ୍ଯଵାଦ ଘେନ ପ୍ରଭୁ ଧନ୍ଯବାଦ ଘେନ
ଧନ୍ଯଵାଦ ଘେନ ପ୍ରଭୁ ଧନ୍ଯବାଦ ଘେନ
ପ୍ରଶଂସା ଘେନ ଯୀଶୁ ତୁମେ ପ୍ରଶଂସା ଘେନ
ଆହେ ପ୍ରଶଂସା ନିବାସୀ ପ୍ରଭୁ ଯେ, ଆମର
ଜୀବିତ ପବିତ୍ର ସତ୍ଯ ପରମ ଈଶ୍ବର =0=
ତୁମେ ଆମ ତ୍ରାଣକାରୀ ଜୀବନ ଅଧିକାରୀ
ଜଗତ ନିର୍ମାଣକାରୀ ପାପୀର କ୍ଷମାକାରୀ
ତୁମ ଦୟା, ଶାନ୍ତି, ପ୍ରେମ, ଆଶିଷ ଅପାର
ସ୍ତୁତି ପ୍ରଶଂସା ହେଉ ସଦା ଯୀଶୁ ନାମର =1=
ତୁମେ ଈଶ ନନ୍ଦନ ମହିମାରେ ପରିପୂର୍ଣ୍ଣ
ଅଭୁଲା ତୁମ ପ୍ରେମରେ ଲଭିଛୁ ପରିତ୍ରାଣ
କି ଦେଇ ତୋଷିବି ପ୍ରଭୁ କିଛି ନାହିଁ ମୋର
ପାଇଛୁ ଜୀବନେ ଯାହା ସବୁ ତ ତୁମର =2=
Odia Christian Dance songs


