Pratipalaka – ପ୍ରତିପାଳକ
ହୋ… ସଦାପ୍ରଭୁ ମୋର ପ୍ରତିପାଳକ
ହୋ… ସଦାପ୍ରଭୁ ମୋର ପ୍ରିୟ ପାଳକ
ହାଲେଲୁୟା ମୁହି ଗାଇବି ତାଙ୍କ ନାମର
ପ୍ରଶଂସା ଗୀତି ଭଜିବି ଯୀଶୁ ନାମର (2 times)
ହୋ… ସଦାପ୍ରଭୁ ମୋର ପ୍ରତିପାଳକ….
ଜଗତରେ କେହି ନାହିଁ ମୋ ଯୀଶୁ ପରି
ତାଙ୍କ ପରି ପ୍ରେମ କେହି ପାରିବେନି କରି (୨ ଥର)
ଯେବେ ଏ ସମାଜ କଲା ମୋତେ ତୁଚ୍ଛ
ଛାୟା ତଳେ ତବ ଆଶ୍ରୟ ଦେଇଛ
ହୋ… ସଦାପ୍ରଭୁ ମୋର ପ୍ରତିପାଳକ….
ଅଭାବ ମୋହର ସବୁ କରିଛ ପୂରଣ
ଦୁର୍ଦ୍ଦଶା କାଳରେ ମୋର ତୁମେ ହିଁ ଶରଣ (୨ ଥର)
ମାଗିବା ଆଗରୁ ଜାଣ ତୁମେ ସବୁ
ଯୋଗ୍ୟତା ରୁ ବେଶୀ ଦେଇଛ ହେ ପ୍ରଭୁ
ହୋ…. ସଦାପ୍ରଭୁ ମୋର ପ୍ରତିପାଳକ


