ଯୀଶୁଙ୍କ ଆଗମନ – Jisunka Agamana

Faith Score+1
Faith Score+1

ଯୀଶୁଙ୍କ ଆଗମନ – Jisunka Agamana

,ଆ…… ଆ….. ଆ…..
ଆଗମନ ବେଳ ପାଖେଇ ଆସିଲା
ଯୁଗଶେଷ ଦିନ ସନ୍ନିକଟ ହେଲା
ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା (୨)
ସ୍ଥାନେ ସ୍ଥାନେ ଦେଖ ଭୂମିକମ୍ପ ହେଲା(୨)
ଯୁଗ ଶେଷ ଲକ୍ଷଣ( ସବୁ ଦେଖାଗଲା×୨)
ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା (୨)
୧
ପ୍ରସ୍ତୁତ ଅଛୁକି ହେ ମାନବ ଜାତି
ପାଇଚୁକି ଆମେ ପାପରୁ ମୁକତି
ଦେଖ ଆସୁଅଛି ଭୟଙ୍କର ବିପତ୍ତି
ପାପୀ ପାଇଁ ନିଶ୍ଚେ ମହାକ୍ଲେଶ ଅଛି
ଆ…… ଆ….. ଆ…..
କିନ୍ତୁ ଯିଏ ଯୀଶୁ ପାଶେ ମନ ଦେଲା
ଜଗତରେ ପରିତ୍ରାଣ ଯେ ଲଭିଲା
ସ୍ବର୍ଗରାଜ୍ଯେ ତାହାଙ୍କର ସ୍ଥାନ ନିଶ୍ଚିତ ହୋଇଲା(୨)
୨
ସମୟ ଗଲାଣି ଅନୁଗ୍ରହ ର ଧାଇଁ
ପରିତ୍ରାଣ କିନ୍ତୁ ଆମ ହୋଇ ନାହିଁ
ଭାବ କି ମନରେ ଆଗମନ ହେବ ନାହିଁ
ଯୀଶୁଙ୍କ ଆଗମନ ନିଶ୍ଚିତ ଅଟଇ
ଆ…… ଆ….. ଆ…..
ପିତାଙ୍କ ଇଛା ସାଧନ ଯିଏ କଲା
ଶେଷ ପର୍ଯ୍ୟନ୍ତ ଯିଏ ଧୈର୍ଯ୍ୟ ଧରିଲା
ଅନନ୍ତ ନରକୁ ନିଶ୍ଚେ ବନ୍ଧୁ ରକ୍ଷା ସେ ପାଇଲା(୨)

We will be happy to hear your thoughts

      Leave a reply

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo