ମୋ ହୃଦୟ ପଟ୍ଟରେ ଲେଖି ରଖିବି – Mo Hrudaya Patare

Faith Score+1
Faith Score+1

ମୋ ହୃଦୟ ପଟ୍ଟରେ ଲେଖି ରଖିବି – Mo Hrudaya Patare

ମୋ ହୃଦୟ ପଟ୍ଟରେ ଲେଖି ରଖିବି
ଯୀଶୁଙ୍କ ନାମ
ଜିତିଗଲେ ଜିତି ଯିବି
ହାରିଗଲେ ମୁଁ ହାରିଯିବି
ତଥାପି, ତଥାପି ମୁଁ ତାଙ୍କୁ ଡାକୁଥିବି
ହେ ପିତା, ପିତା କହି ଶରଣ ମୁଁ ନେବି 0

ତାଙ୍କ ଛାମୁରେ ମୁଁ ବସିଥିବି
ତାଙ୍କରି ଗୀତ ନୀତି ଗାଉଥିବି
ତାଙ୍କରି ପଛେ ମୁଁ ଚାଲୁଥିବି
ସେ ନାମ ନେଇ ମୁଁ ବଞ୍ଚିଥିବି
ତାଙ୍କଠାରେ ହଜିଯିବି, ଏ ଜଗତକୁ ହାରି ଦେବି
ତଥାପି, ତଥାପି ମୁଁ ତାଙ୍କୁ ଡାକୁଥିବି
ହେ ପିତା, ପିତା କହି ଶରଣ ମୁଁ ନେବି 1

ହୃଦୟେ ତାଙ୍କୁ ମୁଁ ଅନୁଭବି
ମନେ ମନେ ମୁ ସପଥ କରିବି
ମୋ ଜୀବନର ଯେତେ ପାପ ଅଛି
ମନ ଖୋଲି ମୁଁ ସବୁ କହିଦେବି
କେତେବେଳେ ହସୁଥିବି, ପୁଣି କେବେ ମୁଁ କାନ୍ଦୁଥିବି
ତଥାପି, ତଥାପି ମୁଁ ତାଙ୍କୁ ଡାକୁଥିବି
ହେ ପିତା, ପିତା କହି ଶରଣ ମୁଁ ନେବି 2

We will be happy to hear your thoughts

      Leave a reply

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo