ପ୍ରଶଂସା ତୁମେ ଘେନ – Prasansa tume Ghena

Faith Score+2
Faith Score+2

ପ୍ରଶଂସା ତୁମେ ଘେନ – Prasansa tume Ghena

ଧନ୍ୟବାଦ ଘେନ ପ୍ରଭୂ
ପ୍ରଶଂସା ତୁମେ ଘେନ
ସ୍ତୁତି ପୂଜା ଆରାଧନା
ମହିମା ତୁମେ ଘେନ
ହେ ଧର୍ମ ମୟ ମହାମହିମ
ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
ଗଉରବ ମୟ ତୁମେ ଜ୍ୟୋତିର୍ମୟ

( Music)

ସକଳ ସୃଷ୍ଟିର ପ୍ରଭୁ ତୁମେ ସ୍ଵୟଂଭୂ ଈଶ୍ୱର
ତୁମେ ପଥ ତୁମେ ସତ୍ୟ ତୁମେ ଅନନ୍ତ ଜୀବନ
ଅନାଦି ଅନନ୍ତ ପ୍ରଭୁ ଯୁଗେ ଯୁଗେ ତୁମେ ଅଛ
ପ୍ରଭୁ ମାନଙ୍କର ପ୍ରଭୁ ଅଟଗୋ ତୁମେ ଜୀବିତ
ହେ ତ୍ରାଣ କର୍ତ୍ତା ଈଶ୍ୱର ନନ୍ଦନ

ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
ଗଉରବ ମୟତୁମେ ଜ୍ୟୋତିର୍ମୟ
ଧନ୍ୟବାଦ ଘେନ ପ୍ରଭୂ ପ୍ରଶଂସା ତୁମେ ଘେନ
ସ୍ତୁତି ପୂଜା ଆରାଧନା ମହିମା ତୁମେ ଘେନ

Music

ସ୍ଵର୍ଗ ଆଉ ପୃଥିବୀର ଅଧିକାରୀ ତୁମେ ଅଟ
ସର୍ବ ଶକ୍ତି ମାନ ପ୍ରଭୁ ତୁମେ ହିଁ ରାଜା ଆମର
ଦୟାମୟ କ୍ଷମାମୟ ତୁମେ ଯିଶୁ ପ୍ରେମମୟ
ରୋଗ ସଂକଟରେ ସଦା ଉଦ୍ଧାର କାରୀ ଆମର
ହେ ମୁକ୍ତିଦାତା ପରମ ଈଶ୍ଵର
ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
ଗଉରବ ମୟ ତୁମେ ଜ୍ୟୋତିର୍ମୟ

We will be happy to hear your thoughts

      Leave a reply

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo