ଜୀବନରେ ଯାହା ପାଇଛୁ – Tumari Mangala Dana
ଜୀବନରେ ଯାହା ପାଇଛୁ
ସବୁ ତ, ତୁମରି ମଙ୍ଗଳ ଦାନ
ପାରି ନାହୁଁ କଳି ଆହେ
ପ୍ରେମମୟ, ପ୍ରେମମୟ
ତୁମ ପ୍ରେମ ଅନୁପମ, ଅନୁପମ। ୦
ପ୍ରତି କ୍ଷଣ ତୁମ ସରାଗ ରେ ଭରା
ପ୍ରତି ରାତି ଆଉ ଦିନ
ପାହାଡ଼ ପର୍ବତ, ନଦ ନଦୀ ସବୁ
ସୂର୍ଯ୍ୟ ଚନ୍ଦ୍ର ତାରା ଗଣ
ନାହିଁ କେହି ଆଉ ପ୍ରଭୁ ତୁମ ସମ
ତୁମେ ଚିର ବନ୍ଦନୀୟ, ବନ୍ଦନୀୟ। ୧
ମିଛ ମାୟା ଭରା, ଜଗତରେ ଏହି
ବିଶ୍ୱାସ ରେ ରହିବାକୁ
ଜାଗ୍ରତ କର ଜୀବନ ଆମରି
ହାରିବାନି କେବେ ପ୍ରଭୁ
ତୁମ ମହା ପ୍ରେମ ଭରି ଦିଅ ଆଜି
ଏଇ ଆମ ନିବେଦନ, ନିବେଦନ। ୨

![Bèo dạt mây trôi – Munich Chamber Choir [ Vietnamese folk song ] Bèo dạt mây trôi – Munich Chamber Choir [ Vietnamese folk song ]](https://wp.fifu.app/www.worldtamilchristians.com/aHR0cHM6Ly9pLnl0aW1nLmNvbS92aS9VZ2VINncwRXR1OC9ocWRlZmF1bHQuanBn/546eb1d7ed74/beo-dat-may-troi-munich-chamber-choir-vietnamese-folk-song.webp?w=0&h=0&c=0&p=111274)
